ଇତିହାସର ପୁନର୍ଲିଖନ ସମୟର ଏକ ଆହ୍ୱାନ
ଇତିହାସର ପୁନର୍ଲିଖନ ସମୟର ଏକ ଆହ୍ୱାନ : ପ୍ରଫେସର ଡଃ ହରିହର ପଣ୍ଡା ଚଣ୍ଡିଖୋଲ, ୧୨/୧୨ : ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନବମାଳତି ସମ୍ମିଳନୀ କକ୍ଷରେ ଓଡିଶା ଇତିହାସ କଂଗ୍ରେସର ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ନେସନାଲ ଡିଫେନ୍ସ ଏକାଡେମୀର ପ୍ରାକ୍ତନ ଇତିହାସ ପ୍ରଫେସର ତଥା ଆଇସିଏଚ୍ଆର ନୂଆଦିଲ୍ଲୀର ସମ୍ମାନଷ୍ପଦ ସଦସ୍ୟ ତଥା ଓଡିଶା ଇତିହାସ କଂଗ୍ରେସର ସଭାପତି ବିଶିଷ୍ଟ ଐତିହାସିକ ପ୍ରଫେସର ଡ. ହରିହର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଆଲୋଚନା ଚକ୍ରକୁ ଉଦଘାଟନ କରି ଦିର୍ଘ ୨୦୦ ବର୍ଷ ଧରି ଇଂରେଜ ଶାସକମାନେ ଆମ ଦେଶକୁ ଶାସନ କରିବା ସହିତ ଭାରତୀୟମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଥିଲେ । ରାଜା ରାମମୋହନ ରାୟ, ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ, ଆନି ବେସାନ୍ତ, ଭୀମ ଭୋଇ ଆଦି ସମାଜ ସଂସ୍କାରକ ଦେଶରେ ପ୍ରଚଳିତ କୁସଂସ୍କାର ଓ ଅନ୍ଧ ବିଶ୍ୱାସକୁ ଦୁର କରିବା ସହିତ ଇଂରେଜ ଶାସନକୁ ଲୋପ କରିବାକୁ ଭାରତୀୟଙ୍କ ମଧ୍ୟରେ ଆନ୍ଦୋଳନାତ୍ମକ ମନୋଭାବ ଜାଗ୍ରତ କରିଥିଲେ ବୋଲି କହିଥିଲେ । ଓଡିଶା ଇତିହାସ କଂଗ୍ରେସର ସାଧାରଣ ସମ୍ପାଦକ ଡ. ସୁବାଷ ଚନ୍ଦ୍ର ବାରିକ ଐତିହାସିକମାନେ ବିଚାରବନ୍ତ, ନିରପେକ୍ଷ ଓ ବୈଜ୍ଞାନିକ ଦୃଷ୍ଟି କୋଣକୁ ପ୍ରା...