ଇତିହାସର ପୁନର୍ଲିଖନ ସମୟର ଏକ ଆହ୍ୱାନ

 ଇତିହାସର ପୁନର୍ଲିଖନ ସମୟର ଏକ ଆହ୍ୱାନ : ପ୍ରଫେସର ଡଃ ହରିହର ପଣ୍ଡା 

ଚଣ୍ଡିଖୋଲ, ୧୨/୧୨ : ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନବମାଳତି ସମ୍ମିଳନୀ କକ୍ଷରେ ଓଡିଶା ଇତିହାସ କଂଗ୍ରେସର ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ନେସନାଲ ଡିଫେନ୍ସ ଏକାଡେମୀର ପ୍ରାକ୍ତନ ଇତିହାସ ପ୍ରଫେସର ତଥା ଆଇସିଏଚ୍‌ଆର ନୂଆଦିଲ୍ଲୀର ସମ୍ମାନଷ୍ପଦ ସଦସ୍ୟ ତଥା ଓଡିଶା ଇତିହାସ କଂଗ୍ରେସର ସଭାପତି ବିଶିଷ୍ଟ ଐତିହାସିକ ପ୍ରଫେସର ଡ. ହରିହର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଆଲୋଚନା ଚକ୍ରକୁ ଉଦଘାଟନ କରି ଦିର୍ଘ ୨୦୦ ବର୍ଷ ଧରି ଇଂରେଜ ଶାସକମାନେ ଆମ ଦେଶକୁ ଶାସନ କରିବା ସହିତ ଭାରତୀୟମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହୁଁଥିଲେ । ରାଜା ରାମମୋହନ ରାୟ, ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ, ଆନି ବେସାନ୍ତ, ଭୀମ ଭୋଇ ଆଦି ସମାଜ ସଂସ୍କାରକ ଦେଶରେ ପ୍ରଚଳିତ କୁସଂସ୍କାର ଓ ଅନ୍ଧ ବିଶ୍ୱାସକୁ ଦୁର କରିବା ସହିତ ଇଂରେଜ ଶାସନକୁ ଲୋପ କରିବାକୁ ଭାରତୀୟଙ୍କ ମଧ୍ୟରେ ଆନ୍ଦୋଳନାତ୍ମକ ମନୋଭାବ ଜାଗ୍ରତ କରିଥିଲେ ବୋଲି କହିଥିଲେ । ଓଡିଶା ଇତିହାସ କଂଗ୍ରେସର ସାଧାରଣ ସମ୍ପାଦକ ଡ. ସୁବାଷ ଚନ୍ଦ୍ର ବାରିକ ଐତିହାସିକମାନେ ବିଚାରବନ୍ତ, ନିରପେକ୍ଷ ଓ ବୈଜ୍ଞାନିକ ଦୃଷ୍ଟି କୋଣକୁ ପ୍ରାଧାନ୍ୟ ଦେଇ ଇତିହାସ ରଚନା କଲେ ଇତିହାସର ବାସ୍ତବ ମହତ୍ୱ ଲୋକଲୋଚନକପ ଆସିବ ବୋଲି କହିଥିଲେ । କଲେଜ ପିରଚାଳନା କମିଟି ସଭାପତି ଏହି ଆଲୋଚନାରେ ଭାଗନେଇଥିଲେ । ଡ. ହରିହର ପଣ୍ଡା ଆଜିର ଯୁଗରେ ଇତିହାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଦ୍ୱିତୀୟ ଅଧିବେସନରେ ଏକ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ. ହରିହର ପଣ୍ଡା ପ୍ରାରମ୍ଭିକ ବକ୍ତା ଭାବେ ଉନ୍ନବିଂଶ ଶତାଦ୍ଦୀର ସାମାଜିକ ଓ ଧର୍ମ ଆନ୍ଦୋଳନ ଉପରେ ଆଲୋକପାତ କରି ରାଜା ରାମମୋହନ ରାୟ, ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ, ଆନି ବେସାନ୍ତ, ଭୀମ ଭୋଇ ଆଦି ସମାଜ ସଂସ୍କାରକମାନଙ୍କର ଭୁମିକା ଉପରେ ଗୁରୁତ୍ୱାରୋପ କରି ଏକ ଦିକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ଇତିହାସ ବିଭାଗର ପ୍ରାକ୍ତନ ଅଧ୍ୟାପିକା ଡ. ସୋମା ଚାନ୍ଦ ମୁଖ୍ୟ ବକ୍ତା ଭାବେ ଭାରତର ନବଜାଗରଣ ଉପରେ ବିଷଦ ଭାବେ ଆଲୋଚନା କରିଥିଲେ । ଓଡିଶା ଉଚ୍ଚ ଶିକ୍ଷା ବିଭାଗର ପ୍ରାକ୍ତନ ଉପନିର୍ଦ୍ଦେଶକ ପ୍ରାଧ୍ୟାପକ ଡ. ଅମିୟ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ କଲେଜର ଅଧ୍ୟକ୍ଷ ମନୋଜ କୁମାର ଦାଶ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଅମିୟ କୁମାର ମହାନ୍ତି, ଡ. ଅଜୟ କୁମାର ଲେଙ୍କା, ଡ. ସୋମା ଚାନ୍ଦ, ବିଜୟ କୁମାର ପାତ୍ର, ସୁବୋଧ କୁମାର ନାୟକ, ରେଣୁବାଳା ପୃଷ୍ଟି, ବିନାୟକ ପଣ୍ଡା, ସୁବାଷ ଚନ୍ଦ୍ର ବାରିକ, ଡ. ମନୋଜ କୁମାର ଦାସ ଓ ଡ. ହରିହର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ମିଳନିରେ କଟକ, ଖୋର୍ଦ୍ଦା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ ଢେଙ୍କାନାଳ ଆଦି କଲେଜରୁ ପ୍ରତିନିଧିମାନେ ଯୋଗଦେଇଥିଲେ । କଲେଜର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ, ଦେଶାତ୍ମକବୋଧକ ସଂଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Comments